• Fri. Apr 17th, 2026

Odisha Barta Live

ସତ୍ୟ ଓ ସମୟପୋଯୋଗୀ ଖବର

ଫେରିଲା କାଠ ଚୁଲି!

ByOdisha Barta Live

Mar 13, 2026
Spread the love

ଫେରିଲା କାଠ ଚୁଲି

ଗୋଟେ ପଟେ ଘରୁ ରୋଷେଇ ଗ୍ୟାସ୍ ସରି ଆସୁଛି, ଅନ୍ୟପଟେ ସିଲିଣ୍ଡର ସଙ୍କଟ । ଗ୍ୟାସ୍ ଲୋକଙ୍କ ପାଇଁ ବିଷମ ପରିସ୍ଥିତି ସୃଷ୍ଟି କରିଛି । ଯଦି ଏମିତି ପରିସ୍ଥିତି ଆହୁରି ୭ ଦିନ ଯାଏଁ ଲାଗି ରହେ ତେବେ ହାହାକାର ପରିସ୍ଥିତି ଉପୁଜିବ । ଭୁବନେଶ୍ବର ପରି ସହରରେ ଲୋକେ ନାହିଁ ନଥିବା ହଇରାଣ ଭୋଗିବେ ବୋଲି ଆଶଙ୍କା କରାଯାଉଛି । କାରଣ ଅନେକ ଲୋକ ଏଠି ଚାକିରି ପାଇଁ ଏବଂ ରୋଜଗାର ପାଇଁ ଆସି ଭଡ଼ାରେ ରୁହନ୍ତି । କିଛି ଲୋକ ଖାତାଧାରୀ ଥାଆନ୍ତି ଆଉ କିଛି ବ୍ଲାକରେ କିଣି ରୋଷେଇ କରନ୍ତି । ଯଦି ଗ୍ୟାସ୍ ମିଳିବା କଷ୍ଟ ହୋଇଯିବ ସେମାନେ ବାଧ୍ଯ ହୋଇ ହୋଟେଲ ଉପରେ ନିର୍ଭର କରିବେ ସିନା ମାତ୍ର ହୋଟେଲର ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସମାନ ହେବ । ତେଣୁ ଏପରି ସ୍ଥିତିରେ ହୁଏତ ଅନେକ ଲୋକ ଗାଁ ମୁହାଁ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ସହରରେ ସିନା ଗ୍ୟାସ୍ ବିନା ରୋଷେଇ ଅସମ୍ଭବ ମାତ୍ର ଗାଁରେ କାଠ ଜାଳର ଅଭାବ ନାହିଁ । ଚୁଲିରେ ଚଳିଯିବ ଜୀବନ । ହୁଏତ ଏକଥା ଭାବି କିଛି ଗାଁ ମୁହାଁ ବି ହୋଇପାରନ୍ତି ।

ଏପରି ସ୍ଥିତିରେ ହୁଏତ ଅନେକ ଲୋକ ଗାଁ ମୁହାଁ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ସହରରେ ସିନା ଗ୍ୟାସ୍ ବିନା ରୋଷେଇ ଅସମ୍ଭବ ମାତ୍ର ଗାଁରେ କାଠ ଜାଳର ଅଭାବ ନାହିଁ । ଚୁଲିରେ ଚଳିଯିବ ଜୀବନ । ହୁଏତ ଏକଥା ଭାବି କିଛି ଗାଁ ମୁହାଁ ବି ହୋଇପାରନ୍ତି

Leave a Reply

Your email address will not be published. Required fields are marked *