• Fri. Apr 17th, 2026

Odisha Barta Live

ସତ୍ୟ ଓ ସମୟପୋଯୋଗୀ ଖବର

କଳାବଜାରୀ ଉଦ୍ୟମ କରୁଛି ସରକାର: କଂଗ୍ରେସ

ByOdisha Barta Live

Mar 13, 2026
Spread the love

ଭୁବନେଶ୍ୱର: ସାରା ଦେଶ ସମେତ ରାଜ୍ୟରେ ଗ୍ୟାସ ପାଇଁ ହାହାକାର ପଡ଼ିଥିବା ବେଳେ ସରକାର ଘରୋଇ ଗ୍ୟାସ ଫିଲିଂ ପିଛା ୬୦ ଟଙ୍କା ଓ ବ୍ୟବସାୟିକ ଫିଲିଂ ପିଛା ୧୧୫ ଟଙ୍କା ବଢ଼ାଇ ଦେଲେ, ଯାହା ୬ ବର୍ଷରେ ସର୍ବାଧିକ। ନୋଟ ବନ୍ଦୀ ପରି ଗ୍ୟାସ୍ ବନ୍ଦ କରି ପ୍ରଧାନମନ୍ତ୍ରୀ ମୋଦି ସାରାଦେଶକୁ ପୁଣି ଲାଇନରେ ଛିଡ଼ା କରାଇବା ଦୁର୍ଭାଗ୍ୟଜନକ। ୟୁପିଏ ସରକାର ଘରୋଇ ସିଲିଣ୍ଡର ଗ୍ୟାସ ଫିଲିଂ ୪୩୭ ଟଙ୍କା ଥିବାବେଳେ ବିଜେପିର ସିଲିଣ୍ଡର ରାନୀ, ସ୍ମୃତିଇରାନୀ ବେଶ ଶାଶୁ ବୋହୁର ଡ୍ରାମା କରୁଥିଲେ। ଆଜି ଯେତେବେଳେ ଗ୍ୟାସ୍ ଦର ୬୩୯ ଟଙ୍କାରେ ପହଞ୍ଚଛି, ସେତେବେଳେ ସ୍ମୃତି ଇରାନୀ ଚୁପ୍ କାହିଁକି? ନୂଆ ନୂଆ ସ୍ଥିତି ଇରାନୀଙ୍କ ଯାଗା ନେଇଥିବା କଙ୍ଗନା ରଣାୱତ ଚୁପ୍ କାହିଁକି? କ’ଣ ସାପ ସୁଙ୍ଘି ଦେଇଛିକି? କଂଗ୍ରେସ ଭବନରେ ଆଜି ଦଳର ମୁଖପାତ୍ର ମୁଖପାତ୍ର ସୋନାଲି ସାହୁ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ବିଜେପି ସରକାର ସାଧାରଣ ଜନତାଙ୍କୁ ଏକ ସଂକଟମୁହାଁ ପରିସ୍ଥିତି ଆଡକୁ ଟାଣିନେବାକୁ ବାଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *